iPhone ରେ ଓ୍ବେବ୍ସାଇଟ୍ ଏବଂ ଆପ୍ରେ ସାଇନ୍ ଇନ୍ କରିବାକୁ ପାସ୍କୀ' ବ୍ଯବହାର କରନ୍ତୁ
ଆପଣ ନିଜ iPhone ରେ ସମର୍ଥିତ ଆପ୍ ଏବଂ ଓ୍ବେବ୍ସାଇଟ୍ରେ ସାଇନ୍ ଇନ୍ କରିବାକୁ ବ୍ଯବହାର କରୁଥିବା ପାସ୍ୱର୍ଡ୍ ପରିବର୍ତ୍ତନ କରିବା ପାଇଁ ପାସ୍କୀ’ ତିଆରି କରି ସେଭ୍ କରିପାରିବେ।
ପାସ୍ୱର୍ଡ୍ ଅପେକ୍ଷା ପାସ୍କୀ’ଗୁଡ଼ିକ ଅଧିକ ସୁରକ୍ଷିତ, କାରଣ ସେଗୁଡ଼ିକ ଆପଣଙ୍କ ନିଜ ଡିଭାଇସ୍ ଦ୍ୱାରା ପ୍ରତ୍ଯେକ ଆକାଉଣ୍ଟ୍ରେ ସ୍ୱତନ୍ତ୍ର ଭାବେ ଜେନେରେଟ୍ ହୋଇଥାଏ ଏବଂ ଫିଶିଂ ଦ୍ୱାରା କମ୍ ପ୍ରଭାବିତ ହୋଇଥାଏ। ଏବଂ ସେଗୁଡ଼ିକ ସମାନ Apple ଆକାଉଣ୍ଟ୍ ସହିତ ସାଇନ୍ ଇନ୍ ହୋଇଥିବା ଆପଣଙ୍କର ସମସ୍ତ ଡିଭାଇସ୍ରେ କାର୍ଯ୍ଯ କରେ।
ଏହା ବ୍ଯତୀତ, ଓ୍ବେବ୍ସାଇଟ୍ ଏବଂ ଆପ୍ ସ୍ୱୟଂଚାଳିତ ଭାବରେ ଆପଣଙ୍କ ଆକାଉଣ୍ଟ୍ ପାଇଁ ପାସ୍କୀ’ ତିଆରି କରିପାରିବେ, ଯାହା ଦ୍ୱାରା ଆପଣ ପରବର୍ତ୍ତୀ ସମୟରେ ସାଇନ୍ ଇନ୍ କରିବା ସମୟରେ ଏହି ପାସ୍କୀ’ଗୁଡ଼ିକୁ ବ୍ଯବହାର କରିପାରିବେ।
ପାସ୍ୱର୍ଡ୍ ପରି, ପାସ୍କୀ’ଗୁଡ଼ିକ ଏନ୍କ୍ରିପ୍ଟ୍ ହୋଇଛି ଏବଂ ଆପଣଙ୍କ iCloud Keychain ରେ ଷ୍ଟୋର୍ ହୋଇଛି, ଯେଉଁଠାରେ ସେଗୁଡ଼ିକ କାହାକୁ ଦୃଶ୍ଯମାନ ହେଉନାହିଁ (Apple ସମେତ)।
ଧ୍ୟାନ ଦିଅନ୍ତୁ: ପାସ୍ କୀ’ ବ୍ଯବହାର କରିବାକୁ, iCloud Keychain ଏବଂ ଦ୍ୱି-ସ୍ତରୀୟ ପ୍ରମାଣୀକରଣ ଚାଲୁ ଥିବା ଆବଶ୍ଯକ।
ଆପଣଙ୍କ iPhone ବ୍ଯବହାର କରି ଏକ ପାସ୍କୀ’ତିଆରି କରି ସେଭ୍ କରନ୍ତୁ
ଆପଣ ସେମାନଙ୍କୁ ସମର୍ଥନ କରୁଥିବା ଓ୍ବେବ୍ସାଇଟ୍ ଏବଂ ଆପ୍ ପାଇଁ ପାସ୍କୀ’ ତିଆରି ଏବଂ ସେଭ୍ କରିପାରିବେ।
ଧ୍ୟାନ ଦିଅନ୍ତୁ: ଆପ୍, ଓ୍ବେବ୍ସାଇଟ୍ କିମ୍ବା ବ୍ରାଉଜ୍ର୍ ଉପରେ ନିର୍ଭର କରି ଏକ ପାସ୍କୀ' ତିଆରି କରିବା ଏବଂ ସେଭ୍ କରିବା ପାଇଁ ନିର୍ଦ୍ଦେଶାବଳୀ ଭିନ୍ନ ହୋଇପାରେ କିନ୍ତୁ ସେଗୁଡ଼ିକରେ ସାଧାରଣତଃ ନିମ୍ନରେ ଦିଆଯାଇଥିବା ଷ୍ଟେପ୍ ଭଳି ସମାନ ଷ୍ଟେପ୍ ରହିଥାଏ।
ଆପଣଙ୍କiPhone ରେ ଏକ ସମର୍ଥିତ ଓ୍ବେବ୍ସାଇଟ୍ କିମ୍ବା ଆପ୍ ପାଇଁ ସାଇନ୍-ଇନ୍ ସ୍ଜ୍ରୀନ୍କୁ ଯାଆନ୍ତୁ ଏବଂ ନିମ୍ନଲିଖିତ ମଧ୍ଯରୁ ଗୋଟିଏ କରନ୍ତୁ:
ଯଦି ଆପଣ ଏକ ନୂଆ ଆକାଉଣ୍ଟ୍ ସେଟ୍ ଅପ୍ କରୁଛନ୍ତି: ନୂଆ ଆକାଉଣ୍ଟ୍ ସେଟ୍ ଅପ୍ କରିବା ପାଇଁ ବଟନ୍ କିମ୍ବା ଲିଙ୍କ୍ରେ ଟାପ୍ କରନ୍ତୁ, ତା’ପରେ ଅନ୍ସ୍କ୍ରୀନ୍ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।
ଯଦି ଆପଣଙ୍କ ପାଖରେ ପୂର୍ବରୁ ଏକ ଆକାଉଣ୍ଟ୍ ଅଛି: ଆପଣଙ୍କ ଆକାଉଣ୍ଟ୍ ନାମ ଏବଂ ପାସ୍ୱର୍ଡ୍ ସହିତ ସାଇନ୍ ଇନ୍ କରନ୍ତୁ, ତା’ପରେ ଆକାଉଣ୍ଟ୍ ସେଟିଂସ୍ କିମ୍ୱା ପରିଚାଳନା ସ୍କ୍ରୀନ୍କୁ ଯାଆନ୍ତୁ।
ଆପଣ ଆକାଉଣ୍ଟ୍ ପାଇଁ ଏକ ପାସ୍କୀ' ସେଭ୍ କରିବାର ବିକଳ୍ପ ଦେଖିଲେ, “ଜାରି ରଖନ୍ତୁ”ରେ ଟାପ୍ କରନ୍ତୁ।
ଆପଣଙ୍କ ପାସ୍କୀ’କୁ ସେଭ୍ କରାଯାଇଛି।
ଧ୍ୟାନ ଦିଅନ୍ତୁ: ଯଦି ଆପଣ ଏକ ପାସ୍କୀ’ ବିକଳ୍ପ ଦେଖୁନାହାନ୍ତି, ଏହାର ଅର୍ଥ ଓ୍ବେବ୍ସାଇଟ୍ କିମ୍ବା ଆପ୍ ସାମ୍ପ୍ରତିକ ପାସ୍କୀ’କୁ ସମର୍ଥନ କରୁନାହିଁ।
ଆପଣ ତିଆରି କରିଥିବା ପାସ୍କୀ’ ପାସ୍ୱାର୍ଡ୍ ଆପ୍ରେ ଆପଣଙ୍କ iPhone ରେ ଷ୍ଟୋର୍ ହୋଇଛି।
ଆପଣ ଗୋଟିଏ ଓ୍ବେବ୍ସାଇଟ୍ କିମ୍ବା ଆପ୍ ପାଇଁ ଏକ ପାସ୍କୀ’ ଏବଂ ପାସ୍ୱର୍ଡ୍ ରଖିପାରିବେ ଏବଂ ପାସ୍ୱର୍ଡ୍ ଆପ୍ରେ ସମାନ ଆକାଉଣ୍ଟ୍ରେ ଉଭୟକୁ ଖୋଜିପାରିବେ।
ଆପଣ ଏକ ପାସ୍କୀ’କୁ ଏକ ହାର୍ଡ୍ୱେୟର୍ ସୁରକ୍ଷା କୀ’ରେ ସେଭ୍ ମଧ୍ଯ କରିପାରିବେ। “ଅନ୍ଯ ବିକଳ୍ପ”, “ଅନ୍ଯ ଡିଭାଇସ୍ରେ ସେଭ୍ କରନ୍ତୁ” କିମ୍ବା ସଦୃଶ (ଯଦି ଉପଲବ୍ଧ ଥାଏ)ରେ ଟାପ୍ କରନ୍ତୁ, ତା’ପରେ ଏକ ପାସ୍କୀ’ ସେଭ୍ କରିବା ପାଇଁ ଅନ୍ସ୍କ୍ରୀନ୍ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ। ଆପଣଙ୍କ Apple ଆକାଉଣ୍ଟ୍ରେ ସାଇନ୍ ଇନ୍ କରିବା ପାଇଁ ସୁରକ୍ଷା କୀ’ ବ୍ଯବହାର କରନ୍ତୁ।
ଆପଣଙ୍କ iPhone ରେ ଏକ ଓ୍ବେବ୍ସାଇଟ୍ କିମ୍ବା ଆପ୍ରେ ସାଇନ୍ ଇନ୍ କରିବା ପାଇଁ ଏକ ପାସ୍କୀ’ ବ୍ଯବହାର କରନ୍ତୁ
ଆପଣ ଏକ ଓ୍ବେବ୍ସାଇଟ୍ କିମ୍ବା ଆପ୍ ପାଇଁ ଏକ ପାସ୍କୀ’ ତିଆରି କରି ସେଭ୍ କରିବା ପରେ, ସାଇନ୍ ଇନ୍ କରିବା ସମୟରେ ଏହି ପାସ୍କୀ’ ବ୍ଯବହାର କରିପାରିବେ।
ଧ୍ୟାନ ଦିଅନ୍ତୁ: ଏକ ପାସ୍କୀ’ ସହିତ ସାଇନ୍ ଇନ୍ କରିବା ପାଇଁ ନିର୍ଦ୍ଦେଶାବଳୀ ଆପ୍, ୱେବସାଇଟ୍ କିମ୍ବା ବ୍ରାଉଜର୍ ଉପରେ ନିର୍ଭର କରି ଭିନ୍ନ ହୋଇପାରେ କିନ୍ତୁ ସେଗୁଡ଼ିକରେ ସାଧାରଣତଃ ନିମ୍ନରେ ଦିଆଯାଇଥିବା ଷ୍ଟେପ୍ ପରି ସମାନ ଷ୍ଟେପ୍ ଥାଏ।
ଆପଣଙ୍କ iPhone ରେ ଏକ ଓ୍ବେବ୍ସାଇଟ୍ କିମ୍ବା ଆପ୍କୁ ଯାଆନ୍ତୁ ଏବଂ ସାଇନ୍-ଇନ୍ ସ୍କ୍ରୀନ୍ରେ ଆକାଉଣ୍ଟ୍ ନାମ ଫିଲ୍ଡ୍ରେ ଟାପ୍ କରନ୍ତୁ।
ପ୍ରସ୍ତାବିତ ଆକାଉଣ୍ଟ୍ର ନାମରେ ଟାପ୍ କରନ୍ତୁ ଯାହା ସ୍କ୍ରୀନ୍ର ନିମ୍ନରେ କିମ୍ବା କୀବୋର୍ଡ୍ର ଶୀର୍ଷରେ ଦେଖାଯାଏ। ଯଦି ଆକାଉଣ୍ଟ୍ ନାମ ଦେଖାଯାଉ ନାହିଁ କିମ୍ବା ଆପଣ ଏକ ଭିନ୍ନ ନାମ ବ୍ଯବହାର କରିବାକୁ ଚାହୁଁଛନ୍ତି, ତେବେ ଏହାକୁ ଲେଖନ୍ତୁ।
ସାଇନ୍ ଇନ୍ ସମ୍ପୂର୍ଣ୍ଣ କରିବା ପାଇଁ Face ID କିମ୍ବା Touch ID ବ୍ଯବହାର କରନ୍ତୁ। ଯଦି ଆପଣ ନିଜ iPhone ରେ Face ID କିମ୍ବା Touch ID ସେଟ୍ ଅପ୍ କରିନଥାନ୍ତି, ତେବେ ଆପଣଙ୍କ ଡିଭାଇସ୍ର ପାସ୍କୋଡ୍ (ଆପଣଙ୍କ iPhone ଅନ୍ଲକ୍ କରିବା ପାଇଁ ଆପଣ ବ୍ଯବହାର କରୁଥିବା କୋଡ୍) ଲେଖନ୍ତୁ।
ଆପଣ ସେଭ୍ କରିଥିବା ପାସ୍କୀ’ ସ୍ୱୟଂଚାଳିତ ଭାବରେ ସାଇନ୍ ଇନ୍ ସମ୍ପୂର୍ଣ୍ଣ କରିଥାଏ।
ଅନ୍ଯ ଏକ ଡିଭାଇସ୍ରୁ ସାଇନ୍ ଇନ୍ କରିବା ପାଇଁ ଆପଣଙ୍କ iPhone ରେ ସେଭ୍ ହୋଇଥିବା ଏକ ପାସ୍କୀ’ ବ୍ଯବହାର କରନ୍ତୁ
ଯଦି ଆପଣ ନିଜ Apple ଆକାଉଣ୍ଟ୍ ସହିତ ସମ୍ପୃକ୍ତ ନଥିବା ଏକ ଡିଭାଇସ୍ ବ୍ୟବହାର କରୁଛନ୍ତି (ଯେପରିକି ଏକ ସାର୍ବଜନିକ ଲାଇବ୍ରେରିରେ ଏକ କମ୍ପ୍ୟୁଟର୍, ଏକ ଇଣ୍ଟର୍ନେଟ୍ କାଫେ କିମ୍ବା ଜଣେ ବନ୍ଧୁଙ୍କ ଘରେ) ଏବଂ ଯଦି ଆପଣଙ୍କର iPhone ଆପଣଙ୍କ ପାଖରେ ଅଛି, ତେବେ ଆପଣ ସେମାନଙ୍କ ପାଇଁ ତିଆରି କରିଥିବା ପାସ୍କୀ’ ବ୍ୟବହାର କରି ସେହି ଡିଭାଇସ୍ରେ ୱେବ୍ସାଇଟ୍ କିମ୍ୱା ଆପ୍ରେ ସାଇନ୍ ଇନ୍ କରିପାରିବେ।
ଧ୍ୟାନ ଦିଅନ୍ତୁ: ଆପ୍, ଓ୍ବେବ୍ସାଇଟ୍ କିମ୍ବା ବ୍ରାଉଜ୍ର୍ ଉପରେ ନିର୍ଭର କରି ଅନ୍ଯ ଡିଭାଇସ୍ରୁ ଏକ ପାସ୍କୀ’ ବ୍ଯବହାର କରିବା ପାଇଁ ନିର୍ଦ୍ଦେଶାବଳୀ ଭିନ୍ନ ହୋଇପାରେ, କିନ୍ତୁ ସେଗୁଡ଼ିକରେ ସାଧାରଣତଃ ନିମ୍ନରେ ଥିବା ଷ୍ଟେପ୍ ପରି ସମାନ ଷ୍ଟେପ୍ ଥାଏ।
ଅନ୍ଯ ଡିଭାଇସ୍ରେ, ଓ୍ବେବ୍ସାଇଟ୍ କିମ୍ବା ଆପ୍କୁ ଯାଆନ୍ତୁ ଏବଂ ସାଇନ୍-ଇନ୍ ସ୍କ୍ରୀନ୍ରେ ଆକାଉଣ୍ଟ୍ ନାମ ଫିଲ୍ଡ୍ରେ ଆପଣଙ୍କ ୟୁଜର୍ ନାମ ଲେଖନ୍ତୁ।
“ଅନ୍ଯ ବିକଳ୍ପ”, “ଆଖପାଖର ଡିଭାଇସ୍ରୁ ପାସ୍କୀ’” କିମ୍ବା ସଦୃଶ ଚୟନ କରନ୍ତୁ, ତା’ପରେ ସ୍କ୍ରୀନ୍ରେ ଏକ QR କୋଡ୍ ପ୍ରଦର୍ଶନ କରିବା ପାଇଁ ଅନ୍ସ୍କ୍ରୀନ୍ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।
QR କୋଡ୍ ସ୍କାନ୍ କରିବା ପାଇଁ ଆପଣଙ୍କ iPhone କ୍ଯାମେରା ବ୍ଯବହାର କରନ୍ତୁ।
iCloud କୀ’ଚେନ୍ରେ ସେଭ୍ ହୋଇଥିବା ପାସ୍କୀ’ ସ୍ୱୟଂଚାଳିତ ଭାବରେ ସାଇନ୍ ଇନ୍ ସମ୍ପୂର୍ଣ୍ଣ କରେ।
ଡିଭାଇସ୍ରେ ଏକ ପାସ୍କୀ' ତିଆରି କରନ୍ତୁ ଯାହା ଆପଣଙ୍କର ନୁହେଁ
ଯଦି ଆପଣଙ୍କ ପାଖରେ ନିଜ iPhone ଥାଏ, ତେବେ ଆପଣଙ୍କ Apple ଆକାଉଣ୍ଟ୍ ସହିତ ସଂଯୁକ୍ତ ନଥିବା ଏକ ଡିଭାଇସ୍ ବ୍ଯବହାର କରିବା ସମୟରେ ଆପଣ ଏକ ପାସ୍କୀ’ ତିଆରି କରିପାରିବେ (ଯେପରିକି ଏକ ସାର୍ବଜନିକ ଲାଇବ୍ରେରିରେ ଥିବା କମ୍ପ୍ଯୁଟର୍, ଏକ ଇଣ୍ଟର୍ନେଟ୍ କାଫେ କିମ୍ବା ଜଣେ ବନ୍ଧୁଙ୍କ ଘର) ଏବଂ ଏହାକୁ ଆପଣ ପାସ୍କୀ’ ତିଆରି କରିବାକୁ ବ୍ଯବହାର କରୁଥିବା ଡିଭାଇସ୍ ପରିବର୍ତ୍ତେ iCloud Keychain ରେ ସେଭ୍ କରିପାରିବେ।
ଧ୍ୟାନ ଦିଅନ୍ତୁ: ଏକ ପାସ୍କୀ’ ତିଆରି କରିବା ପାଇଁ ନିର୍ଦ୍ଦେଶାବଳୀ ଆପ୍, ୱେବସାଇଟ୍ କିମ୍ବା ବ୍ରାଉଜର୍ ଉପରେ ନିର୍ଭର କରି ଭିନ୍ନ ହୋଇପାରେ କିନ୍ତୁ ସେଗୁଡ଼ିକରେ ସାଧାରଣତଃ ନିମ୍ନରେ ଦିଆଯାଇଥିବା ଷ୍ଟେପ୍ ପରି ସମାନ ଷ୍ଟେପ୍ ଥାଏ।
ଅନ୍ଯ ଡିଭାଇସ୍ରେ, ଏକ ସମର୍ଥିତ ଓ୍ବେବ୍ସାଇଟ୍ କିମ୍ବା ଆପ୍ ପାଇଁ ସାଇନ୍-ଇନ୍ ପୃଷ୍ଠାକୁ ଯାଆନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ ଗୋଟିଏ କରନ୍ତୁ:
ଯଦି ଆପଣ ଏକ ନୂଆ ଆକାଉଣ୍ଟ୍ ସେଟ୍ ଅପ୍ କରୁଛନ୍ତି: ନୂଆ ଆକାଉଣ୍ଟ୍ ସେଟ୍ ଅପ୍ କରିବା ପାଇଁ ବଟନ୍ କିମ୍ବା ଲିଙ୍କ୍ରେ ଟାପ୍ କରନ୍ତୁ, ତା’ପରେ ଏକ ନୂଆ ୟୁଜର୍ନେମ୍ ଲେଖନ୍ତୁ।
ଯଦି ଆପଣଙ୍କ ପାଖରେ ପୂର୍ବରୁ ଏକ ଆକାଉଣ୍ଟ୍ ରହିଛି: ଆପଣଙ୍କ ଆକାଉଣ୍ଟ୍ ନାମ ଏବଂ ପାସ୍ୱର୍ଡ୍ ସହିତ ସାଇନ୍ ଇନ୍ କରନ୍ତୁ, ତା’ପରେ ଆକାଉଣ୍ଟ୍ ସେଟିଂସ୍ କିମ୍ୱା ପରିଚାଳନା ସ୍କ୍ରୀନ୍କୁ ଯାଆନ୍ତୁ।
ଆପଣ ଆକାଉଣ୍ଟ୍ ପାଇଁ ଏକ ପାସ୍କୀ’ ସେଭ୍ କରିବାର ବିକଳ୍ପ ଦେଖିଲେ, “ଅନ୍ଯ ବିକଳ୍ପ”, “ଅନ୍ଯ ଡିଭାଇସ୍ରେ ସେଭ୍ କରନ୍ତୁ” କିମ୍ବା ସଦୃଶ (ଜାରି ରଖିବା ପରିବର୍ତ୍ତେ) ଚୟନ କରନ୍ତୁ।
ଧ୍ୟାନ ଦିଅନ୍ତୁ: ଯଦି ଆପଣ ଏକ ପାସ୍କୀ’ ବିକଳ୍ପ ଦେଖୁନାହାନ୍ତି, ଏହାର ଅର୍ଥ ଓ୍ବେବ୍ସାଇଟ୍ କିମ୍ବା ଆପ୍ ସାମ୍ପ୍ରତିକ ପାସ୍କୀ’କୁ ସମର୍ଥନ କରୁନାହିଁ।
“ଏକ କ୍ଯାମେରା ଥିବା ଡିଭାଇସ୍ରେ ଏକ ପାସ୍କୀ’ ସେଭ୍ କରନ୍ତୁ” କିମ୍ବା “ସଦୃଶ” ଚୟନ କରନ୍ତୁ, ତା’ପରେ ସ୍କ୍ରୀନ୍ରେ ଏକ QR କୋଡ୍ ପ୍ରଦର୍ଶନ କରିବାକୁ ଅନ୍ସ୍କ୍ରୀନ୍ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।
QR କୋଡ୍ ସ୍କାନ୍ କରିବା ପାଇଁ ଆପଣଙ୍କ iPhone କ୍ଯାମେରା ବ୍ଯବହାର କରନ୍ତୁ।
ଆପଣଙ୍କ iPhone ଏବଂ iCloud କୀ’ଚେନ୍ରେ ପାସ୍କୀ’ ସେଭ୍ ହୋଇଛି।
ଏକ ପାସ୍କୀ’ ପରିବର୍ତ୍ତନ କରନ୍ତୁ
ପୂର୍ବରୁ ଥିବା ପାସ୍କୀ' (ଉଦାହରଣ ସ୍ୱରୂପ, ଯଦି ଆପଣ ଏହାକୁ ପୂର୍ବରୁ କୌଣସି ବ୍ଯକ୍ତିଙ୍କ ସହ ଶେୟର୍ କରିଛନ୍ତି ଯାହାଙ୍କୁ ଆପଣ ଆଉ ଆକ୍ସେସ୍ ଦେବାକୁ ଚାହୁଁ ନାହାଁନ୍ତି) ପରିବର୍ତ୍ତନ କରିବା ପାଇଁ ଆପଣଙ୍କୁ ଏକ ନୂଆ ପାସ୍କୀ' ତିଆରି କରିବାକୁ ପଡ଼ିପାରେ।
ଏକ ପାସ୍କୀ’ ପରିବର୍ତ୍ତନ କରିବା ପାଇଁ, ରେ ଏକ ପୂର୍ବରୁ ଥିବା ଆକାଉଣ୍ଟ୍ ପାଇଁ ଷ୍ଟେପ୍ ଅନୁସରଣ କରନ୍ତୁ ଏବଂ ଏକ ପାସ୍କୀ’ କିମ୍ବା ଡିଭାଇସ୍ରେ ଏକ ପାସ୍କୀ' ତିଆରି କରନ୍ତୁ ଯାହା ଆପଣଙ୍କର ନୁହେଁ ତିଆରି କରି ସେଭ୍ କରନ୍ତୁ।
ଏକ ପାସ୍କୀ’ ଡିଲିଟ୍ କରନ୍ତୁ
ଆପଣଙ୍କ iPhone ରେ ଥିବା ପାସ୍ୱର୍ଡ୍ ଆପ୍
କୁ ଯାଆନ୍ତୁ।ପାସ୍କୀ’ରେ ଟାପ୍ କରନ୍ତୁ, ତା’ପରେ ଆପଣ ଡିଲିଟ୍ କରିବାକୁ ଚାହୁଁଥିବା ପାସ୍କୀ’ ପାଇଁ ଆକାଉଣ୍ଟ୍ରେ ଟାପ୍ କରନ୍ତୁ।
“ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ।
“ଡିଲିଟ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ସୁନିଶ୍ଚିତ କରିବା ପାଇଁ “ପାସ୍କୀ’ ଡିଲିଟ୍ କରନ୍ତୁ”ରେ ଟାପ୍ କରନ୍ତୁ।
ଯଦି ଆପଣ ଏକ ପାସ୍କୀ’ ଡିଲିଟ୍ କରନ୍ତି, ତେବେ ଆପଣ ଯେକୌଣସି ସମୟରେ ଏକ ନୂଆ ପାସ୍କୀ’ ତିଆରି କରିପାରିବେ।